
ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ପୂର୍ବତନ ଓଡ଼ିଶା ପୋଲିସ ଡିଜି ଏସ୍ଏନ୍ ତିୱାରୀଙ୍କ ପରଲୋକ। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ନୂଆପଡ଼ା ଜିଲ୍ଲା ରାଜଖରିଆରରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୬୪ରେ ଆଇପିଏସ୍ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ । ତାଙ୍କ କାର୍ଯ୍ୟକାଳରେ ଡିଜି ଉତ୍ତର ଜୋନ୍, ସେଂଟ୍ରାଲ ରେଂଜ ଡିଜି, ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ, ଓଡ଼ିଶା ପୋଲିସ ଡିଜି, ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ସଚିବ, ବିଏସ୍ଏଫ୍ ନିର୍ଦ୍ଦେଶକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ ।
0 Comments